🗂 Crime | 🕒 15 May 2025, 02:31 IST
ପୁରୀ ନରେନ୍ଦ୍ରକୋଣ ଠାରେ ଦାଦାବାଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଜଗନ୍ନାଥବଲ୍ଲଭରେ ରହୁଥିବା ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମର ଗେଡା ଓରଫ ରଞ୍ଜନ ପ୍ରଧାନ 27 ଓ ଅଳଗୁମ ମାଳିସାହିର ପବି ଓରଫ ପର୍ଶୁରାମ ସାହୁ 45 l ଅଭିଯୁକ୍ତଙ୍କ ନିକଟରୁ ୨ଟି ଆଇରନ ରଡ଼ ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟ ଆଜି ପୂର୍ବାହ୍ନରେ ନରେନ୍ଦ୍ରକୋଣ ଠାରେ ଗାଡି ଡ୍ରାଇଭର ଓ ଯାତ୍ରୀଙ୍କ ନିକଟରୁ ଦାଦାବଟି ଆଦାୟ ନେଇ ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା l ପରେ ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ 186/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.