🗂 Crime | 🕒 26 May 2026, 21:06 IST
ପୁରୀ, ୨୬/୫ : ପୁରୀ ସଦର ଥାନା ଅନ୍ତର୍ଗତ ନରସିଂହପାଟଣା ଗାଁ ସେତୁ ନିକଟରେ ଗତ ରବିବାର ରାତିରେ ଜଣେ ଯୁବକଙ୍କ ତଣ୍ଟିକାଟି ହତ୍ୟା ଘଟଣାରେ ପୁରୀ ସଦର ଥାନା ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସମସ୍ତ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ନରସିଂହ ପାଟଣାର l ଅଭିଯୁକ୍ତଙ୍କୁ ଠାରୁ ଗୋଟିଏ ଛୁରୀ,ଲୁହା ରଡ଼ ,୩ ଟି ମୋବାଇଲ ଫୋନ୍ ,୬ ଟି ମୋଟର ସାଇକେଲ ଜବତ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ଅମିୟ ମାଣିଆ, ମଣ୍ଟୁ ଦାସ ,ଦିବାକର ଦାସ ,ଶାନ୍ତନୁ ଭୋଇ ,ପ୍ରଶାନ୍ତ ସେଠୀ ,ରାକେଶ ବେହେରା ଓ ସନ୍ତୋଷ କୁମାର ଦାସ l କାଜୁ ଜଙ୍ଗଲକୁ ନେଇ ନରସିଂହ ବଲ୍ଲଭ ଓ ଜଗନ୍ନାଥ ବଲ୍ଲଭ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା।ଏଥି ସହ ଲିପୁ ଓରଫ କାଳୁ ଜେନା ସହ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ ସମୟରେ ବିବାଦ ଓ କଥା କଟା କଟି ହୋଇଥିଲା ।
ଘଟଣା ଦିନ ମୃତ ଲିପୁ ବସିଥିବାବେଳେ ସେହି ଦିନ ଅଭିଯୁକ୍ତ ମାନେ କମେଣ୍ଟ ମାରିଥିଲେ ଲ ଗତ ରବିବାର ରାତିରେ ପୁରୀ ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗାଁର ଲିପୁ ଜେନା (୨୫) ନରସିଂହପାଟଣା ରାସ୍ତାରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ମାନେ ନରସିଂହପାଟଣା ଗାଁ ସେତୁ ପାଖରେ ତଣ୍ଟିକାଟି ହତ୍ୟାକରି ଝାଉଁ ଓ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସଦର ଥାନା ପୁଲିସ ତଦନ୍ତ ପରେ ୭ ଜଣକୁ ଗିରଫ କରାଯାଇଥିଲା l ଏସପି ପ୍ରତୀକ ସିଂହ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
No comments yet.