🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ମହାପ୍ରଭୁ ଙ୍କ ରଥ ନିର୍ମାଣ ରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ। - NILACHALA SAMACHAR
Article Image

ମହାପ୍ରଭୁ ଙ୍କ ରଥ ନିର୍ମାଣ ରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ।

🗂 Art & Culture | 🕒 27 May 2026, 17:28 IST


ପୁରୀ ୨୭ /୫ :ଆରମ୍ଭ ହୋଇଛି ତିନିରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ। ତିନି ରଥର ମୁଖ୍ୟ ମହାରଣାଙ୍କ ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି ତିନି ରଥର ପାଞ୍ଚ ଦଣ୍ଡା ର ଚଉପଟ ନିର୍ମାଣ କାର୍ଯ୍ୟ। ଅନୁକୂଳ ପୂଜା ପରେ ତିନିରଥ ସାଥି ମହାରଣା ସେବକ ମାନେ ପାଞ୍ଚଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରି ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏହି ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ନିର୍ମାଣ ପରେ ତିନିରଥର ଚକ - ଅଖ ର ଦିଗ ନିର୍ଣ୍ଣୟ ହୋଇ ଚକ - ଅଖ କୁ ବାନ୍ଧି ରଖିବା ପାଇଁ ଚକ.ଅଖ କୁ ଉଠିବ ପାଞ୍ଚ ଦଣ୍ଡା ସହ ପାଶ୍ଵଦଣ୍ଡା ଶେଷ ହେବ ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ।


  ରଥ ଖଳା ପାର୍ଶ୍ୱରେ କରତୀ ସେବକ ମାନେ ତାଳ ଧ୍ୱଜ ରଥ ର ପୋଲ ଗୟଳ ଚିରଟ ପରେ ଆରମ୍ଭ ହୋଇଛି ନନ୍ଦିଘୋଷ ରଥ ପୋଲ ଗୟଳ ର ଚିରଟ କାର୍ଯ୍ୟ ।ଚିରଟ ପୂର୍ବରୁ କରତୀ ସେବକ ମାନେ ଦୁଇ ପାର୍ଶ୍ୱ କୁ ବାରିସୀରେ ହାଣି ସମତଳ ବା ଚିତା କାର୍ଯ୍ୟ ଜାରୀ ରଖିଛନ୍ତି।

 

 ରୂପକାର ସେବକ ମାନେ ତିନିରଥର ୩୩ ଗୋଟି ସାଲ ଗୁଜ ର ରୂପ ଖୋଦେଇ ଶେଷ କରି ତିନିରଥର ୮ ଟି ଲେଖାଏଁ ତୀଖ ଗୁଜର ରୂପ ଖୋଦେଇ ଜାରୀ ରଖିଛନ୍ତି।


 ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦଣ୍ଡା କଣ୍ଟା,ଗରଗରା କଣ୍ଟା ନିର୍ମାଣ ଶେଷ କରି ତିନିରଥର ଗୟଳ କଣ୍ଟା, ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।


 ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: