🗂 Crime | 🕒 29 May 2026, 08:10 IST
ପୁରୀ, ୨୯/୫ : ବେଆଇନ କଫ ସିରଫ କାରବାର କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଡେଲାଙ୍ଗ ଥାନା ଅନ୍ତର୍ଗତ ସୁଜନପୁରର ସିନୁ ଓରଫ ରାମକୃଷ୍ଣ ରାୟ ୪୦ l ଅଭିଯୁକ୍ତ ନିକଟରୁ ୩୨ଟି ଏସକଫ ସିରଫ ବୋତଲ, ଓଡି ୧୩କ୍ୟୁ ୩୨୭୯ ନମ୍ବର ବିଶିଷ୍ଟ ସ୍କୁଟି, ୧୧୨୦ ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ପୁଲିସ ପାଟ୍ରୋଲିଂ ବେଳେ ଅଭିଯୁକ୍ତ ଧରାପଡ଼ିଥିଲା l ଇଶୋପନ୍ଥୀ ଆଶ୍ରମ ଲେନ ଠାରେ ଅଭିଯୁକ୍ତ ସ୍କୁଟି ଡ଼ିକିରେ ବେଆଇନ ଭାବେ କାରବାର ପାଇଁ ଏସ କଫ ସିରଫ ରଖିଥିଲା l ଏନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୧୩୮/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି l
No comments yet.