🗂 Crime | 🕒 29 May 2026, 08:13 IST
ପୁରୀ, ୨୯/୫ : ଟାଉନ ଥାନା ପୁଲିସ ଜଣେ ଖଜା ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ମାତିତୋଟା ସୁଜାତା ନଗରରେ ରହୁଥିବା କଣାସ ବିଜିପୁରର ଜଗନ ମହାପାତ୍ର ୨୫ l ଅଭିଯୁକ୍ତ ଜଗନ ନାମରେ ବିଭିନ୍ନ ଥାନାରେ ଦାଦାବଟି ଓ ଆକ୍ରମଣ ମାମଲା ରହିଥିବା ପୁଲିସ ଜଣାଇଛି l ଅଭିଯୁକ୍ତ ନିକଟରୁ ଗୋଟିଏ OPPO ସ୍ମାର୍ଟ ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ୪,୩୦୦ଟଙ୍କା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ୨୩.୦୫.୨୦୨୬ ରେ ଖଜା ମାଫିଆ ମଧ୍ୟରେ ମାରପିଟ ଲାଗିଥିଲା l ଏହି ଘଟଣା ନେଇ ପୁଲିସ ୩୫୫/୨୦୨୬ ନମ୍ବର ମାମଲା ରୁଜୁ କରି ପୂର୍ବରୁ ସୁମନ ମହାପାତ୍ର ଏବଂ ବଳଭଦ୍ର ସେନାପତି ନାମକ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଜଗନକୁ କୋର୍ଟ ଚାଲାଣ କରାଯାଇଛି l
No comments yet.