🗂 Crime | 🕒 15 May 2025, 02:44 IST
ପୁରୀ କପିଳେଶ୍ୱରପୁର ୩ୟ ଶରେ ଆକ୍ରମଣ କରି ଚୋରି ଅଭିଯୋଗରେ ସଦର ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ବିଲକାଙ୍କୁଡ଼ାର ପିକୁ ଓରଫ କାହ୍ନୁ ଚରଣ ନାୟକ 24 l ପୁଲିସ ସୂତ୍ରରୁ ଜଣାଯାଇଛି ଯେ କପିଳେଶ୍ୱରପୁର ୩ୟ ଶର ବାମଦେବ ବେହେରା ଗତ 29ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ଉକ୍ତ ଦିନ ତାଙ୍କର ସାନଭାଇ ଗ୍ରାମ ଦୋକାନରୁ ଗ୍ରୋସରୀ କିଣି ଆସୁଥିବା ବେଳେ ଅଭିଯୁକ୍ତ ହଠାତ ତାକୁ ଆକ୍ରମଣ କରିଥିଲା l ଏଥିରେ ତାଙ୍କ ସାନଭାଇର କାନରେ ଆଘାତ ଲାଗିଥିଲା l. ପରେ ଅଭିଯୁକ୍ତ ରୁପା ବ୍ରେସେଲେଟ, ରୁପା ଚେନ, 200ଟଙ୍କା ଓ ମୋବାଇଲ ଚୋରି କରିଥିଲା l ଏଥିସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା l ଉକ୍ତ ଅଭିଯୋଗ କ୍ରମେ 241/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.