🗂 Local | 🕒 16 May 2025, 03:56 IST
ପୁରୀ ଭିଆଇପି ରୋଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୀର ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଛି l ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର ବୀର ସୈନିକମାନେ ସେମାନଙ୍କର ଉତ୍କର୍ଷତା, ପରାକାଷ୍ଠା ଓ ବିରତ୍ବ ପ୍ରଦର୍ଶନ କରି ଭାରତର ଟେକକୁ ବଜାୟ ରଖିଛନ୍ତି। ଏଥିରେ କେତେକ ବୀର ଯବାନମାନେ ଶହିଦ ହୋଇ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି l ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଏକତ୍ରିତ ହୋଇ ମହମବତୀ ଜଳାଇ ବୀରଗତି ପ୍ରାପ୍ତ ହୋଇଥିବା ସେହି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ମହମବତୀ ଜଳାଇ ସହିଦ ଜବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭାରତୀୟ ସେନା ର ଜୟଗାନ କରିଥିଲେ l ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ଆହ୍ୱାନ କ୍ରମେ ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର,ଜୟନାରାୟଣ ପଟ୍ଟନାୟକ, ଉମାପଦ ମିଶ୍ର, ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ମନୋଜ ରଥ,ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ରାଜା ମହାନ୍ତି, ଜିବେସଚନ୍ଦ୍ର ରଥ, ବିଭୁଦତ୍ତ ମିଶ୍ର, ସୁଜିତ ମହାପାତ୍ର, ଛବିନ୍ଦ୍ର ପଢିଆରୀ, ଅମରେନ୍ଦ୍ର ପାଇକରାୟ, ବିଶ୍ଵନାଥ ଦାଶ, ନିରଞ୍ଜନ ମିଶ୍ର,ଡ଼ଃ ନିରଞ୍ଜନ ବିଶ୍ବାଳ, ସିତାକାନ୍ତ ମହାନ୍ତି,ପ୍ରେମଜିତ ମହାନ୍ତି , ଚେତନ ମିଶ୍ର, ଶ୍ରୀବତ୍ସ ରଥ,ଜିବେଶଚନ୍ଦ୍ର ରଥ, ଆର୍ତ୍ତତ୍ରାଣ ସାହୁ,ରଜତ କୁମାର ସାହୁ, ରାମଚନ୍ଦ୍ର ସାହୁ, ରାଜା ମହାନ୍ତି, ଅବିନାସ ମିଶ୍ର, ସୈମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ଉମାକାନ୍ତ ବେହେରା,କିଶୋର ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ଜିଲ୍ଲା କଂଗ୍ରେସ ପୂର୍ବତନ ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ସନ୍ଧ୍ୟା ସାଢେ 6ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
No comments yet.