🗂 Crime | 🕒 19 Jun 2026, 23:59 IST
ପୁରୀ, ୧୯/୬ : ବାଇକ ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଅବକାଶ ଲେନରେ ରହୁଥିବା ଖୋର୍ଦ୍ଧା ଜଟଣୀ ପୁରୁଣା ବସଷ୍ଟାଣ୍ଡ ନିକଟ ନନ୍ଦସାହିର ରାଜା ଓରଫ ରାଜେଶ ତ୍ରିପାଠୀ ୨୨କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ଓଡି 05 BR 6233 ନମ୍ବର ବିଶିଷ୍ଟ ବାଇକ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ପ୍ରକାଶ ଯେ କଟକ ଜଗତପୁର ଥାନା ଅଂଚଳର ରତିକାନ୍ତ ସେଠି ତାଙ୍କର ଓଡି 05 BR 6233 ନମ୍ବର ବିଶିଷ୍ଟ ବାଇକ ନେଇ ପୁରୀ ଆସିଥିଲେ l ତାଙ୍କର ବାଇକ ବଡଦାଣ୍ଡ ସ୍ଥିତ ସୂର୍ଯ୍ୟ କମ୍ପ୍ଲେକ୍ସ ନିକଟରେ ବାଇକ ପାର୍କିଂ କରି ଶ୍ରୀମନ୍ଦିର ଯାଇଥିଲେ l ପରେ ସେ ବାଇକ ଟି ପାଇନଥିଲେ l ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୪୧୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ ପରେ ବାଇକ ଜବତ କରାଯାଇଥିଲା l ବାଇକ ଚୋରି ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.