🗂 Crime | 🕒 20 Jun 2026, 00:01 IST
ପୁରୀ, ୧୯/୬ : ପର୍ଯ୍ୟଟକଙ୍କ ମୋବାଇଲ ଲୁଟ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ବରଗଡ଼ ଜିଲ୍ଲାର ଧନେଶ୍ୱର ସାହୁ ୩୭ ନାମକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରଛି l ଅଭିଯୁକ୍ତ ନିକଟରୁ ୬ଟି ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର କ୍ଷୀରୋଦ କୁମାର ସାହୁ ତାଙ୍କ ଭାଇଙ୍କ ସହ ଶୁକ୍ରବାର ସକାଳେ ପୁରୀ ଆସିଥିଲେ l ନିଜର ମୋବାଇଲ ରଖି ସମୁଦ୍ରରେ ସ୍ନାନ କରିବା ବେଳେ ଅଭିଯୁକ୍ତ ତାଙ୍କ ମୋବାଇଲ ଲୁଟ କରିଥିଲା l ପରେ ସେମାନେ ପିସିଆରକୁ ଜଣାଇଥିଲେ l ପିସିଆର ତୁରନ୍ତ ଅଭିଯୁକ୍ତକୁ ଧରି ଥାନାର ଜିମା ଦେଇଥିଲେ l ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୧୯୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ପରେ ଅଭିଯୁକ୍ତ ନିକଟରୁ ୬ ମୋବାଇଲ ଜବତ କରାଯାଇ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.