ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 20 Jun 2026, 00:03 IST


ପୁରୀ, ୧୯/୬ : ଛୁରୀ ଦେଖାଇ ଭୟଭୀତ କରି ଶ୍ରୀସେତୁ ନିକଟରେ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧର ଅଜୁ ଓରଫ ଅଜୟ ପ୍ରଧାନ ୨୫ l ଅଭିଯୁକ୍ତ ନିକଟରୁ ଗୋଟିଏ ଛୁରୀ ଓ ୫୧୦ଟଙ୍କା ଜବତ କରାଯାଇଛି l କୁମ୍ଭାରପଡା ଥାନା ପୁଲିସ ପକ୍ଷରୁ ଶୁକ୍ରବାର ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ଛୁରୀ ଦେଖାଇ ଭୟଭୀତ କରି ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିଥିଲା l ଏହି ସମୟରେ ଅଭିଯୁକ୍ତ ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଛୁରୀରେ ମାରିବା ପାଇଁ ଧମକ ଦେଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ୩୧୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: