ବାଇକ ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ବାଇକ ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 16 May 2025, 05:28 IST

ପୁରୀ ସ୍ୱର୍ଗଦ୍ୱାର ନିକଟରୁ ବାଇକ ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ସଦରଥାନା ଅନ୍ତର୍ଗତ ତଳକଣ୍ଡୁରୀପଡ଼ାର ମାଧବ ଭୋଇ 21 l ଅଭିଯୁକ୍ତ ନିକଟରୁ ବାଇକ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗୋପୀନାଥପୁର ତଳନୂଆସାହିର ରାକେଶ କୁମାର ବିଶ୍ୱାଳ ଗତକାଲି ଥାନାରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କର ଅନ୍ୟ ସାଙ୍ଗଙ୍କ ସହ ସମୁଦ୍ରକୂଳ ବୁଲିବାକୁ ଆସିଥିଲେ l ତାଙ୍କର ଓଆର 13ଏଚ 4046 ନମ୍ବର ବିଶିଷ୍ଟ ବାଇକଟି ସ୍ୱର୍ଗଦ୍ୱାର ନିକଟରେ ପାର୍କିଂ କରି ରଖିଥିଲେ l ପରେ ବାଇକଟି ପାଇନଥିଲେ ବୋଲି ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 124/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ ବାଇକ ଜବତ କରାଯାଇଥିଲା l ଆଜି ଅପରାହ୍ନ 4ଟାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: