ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର, ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ - NILACHALA SAMACHAR
Article Image

ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର, ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

🗂 Local | 🕒 22 Jun 2026, 00:40 IST

ପୁରୀ ୨୨/୬ : ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରାପଡିଛନ୍ତି । ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ପିନ୍ଧିଥିବା ଆର୍ମୀ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭ ମଧ୍ୟ ରହିଛି । ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ସିଂହଦ୍ଵାର ଥାନା ପୋଲିସ୍ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଥିଲେ ଦଲାଲ୍। ଟଙ୍କା ନେଇ ଜଗା ଦର୍ଶନ, ୫ଦିନରେ ୧୧ ଗିରଫ ହୋଇଥିଲେ । ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା । ସିସିଟିଭି ଫୁଟେଜ ଅନୁଧ୍ୟାନ ,ତଥ୍ୟ ଓ ପ୍ରମାଣ ଆଧାରରେ ଏମାନଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସହ କାହାର ସଂପୃକ୍ତି ଅଛି, ତାହାର ତଦନ୍ତ କରାଯାଉଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଥିଲେ ।


💬 Leave a Comment

🗨️ Approved Comments

No comments yet.

🔗 Share this article: