🗂 Local | 🕒 23 Jun 2026, 00:30 IST
ପୁରୀ ୨୩/୬ : କୋର୍ଟ ଏସ୍କର୍ଟ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆଜି ସନ୍ଧ୍ୟାରେ ପୁରୀ - କୋଣାର୍କ ରାସ୍ତାର ବାଲିଗୁଆଳି ଛକରେ ବାଇକ୍ ଉପରେ ଚଢ଼ିଗଲା କୋର୍ଟ ଏସ୍କର୍ଟ ଗାଡ଼ି।ମୃତକ ହେଉଛନ୍ତି ଗଇଣ୍ଡଳ ଗାଁର ୨୪ ବର୍ଷୀୟ କୁନା ବେହେରା।ଗୁରୁତର ହେଉଛନ୍ତି ଛଇତନା ଇତିଭୂଆଁ ଗାଁର ସୁଜିତ୍ ସାହୁ ।ଉଭୟ ଆଜି ସନ୍ଧ୍ୟାରେ ବାଇକ୍ ଯୋଗେ ଗାଁ ଅଭିମୁଖେ ଯାଉଥିଲେ । ବାଇକ୍ ଯୋଗେ ଫେରୁଥିବାବେଳେ ଅନ୍ଧାର ରାସ୍ତା ଯୋଗୁଁ ପ୍ରଥମେ ଏକ ଷଣ୍ଢ କୁ ଧକ୍କା ଦେଇ ରାସ୍ତାରେ ଛିଟିକି ପଡ଼ିଥିଲେ।ପରେ ପଛ ପଟୁ ଆସୁଥିବା କୋର୍ଟ ଏସ୍କର୍ଟ ଗାଡ଼ି ଧକ୍କା ଦେଇ ଉଭୟଙ୍କୁ ଘୋଷାରି ନେଇଥିଲା।ତୁରନ୍ତ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।ହେଲେ ଡାକ୍ତର କୁନାକୁ ମୃତ ଘୋଷଣା କରିଥିଲେ।ଗୁରୁତର ସୁଜିତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।ଶବ ବ୍ୟବଚ୍ଛେଦ ଗୃହ ଆଗରେ ମୃତକଙ୍କ ମା ଓ ପରିବାର ଲୋକେ ପ୍ରତିବାଦ କରୁଛନ୍ତି । ଏହି ଦୁର୍ଘଟଣା ଖବର ପାଇ ପୋଲିସ ଫୋର୍ସ ସହ ବିଭିନ୍ନ ଥାନାର ଅଧିକାରୀ ,ସିଟି ଡିଏସପି ଓ ସଦର ଏସଡିପିଓ ହସ୍ପିଟାଲରେ ପହଞ୍ଚିଥିଲେ।ଘଟଣାର ଅଧିକ ତଦନ୍ତ ଚାଲିଥିବା ସଦର ଏସଡିପିଓ କହିଛନ୍ତି ।
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।ଶବ ବ୍ୟବଚ୍ଛେଦ ଗୃହ ଆଗରେ ମୃତକଙ୍କ ମା ଓ ପରିବାର ଲୋକେ ପ୍ରତିବାଦ କରୁଛନ୍ତି ।ପୋଲିସ ଫୋର୍ସ ସହ ବିଭିନ୍ନ ଥାନାର ଅଧିକାରୀ ମୁତୟନ
No comments yet.