ଆଜି ବଡ଼ଦେଉଳକୁ ପ୍ରବେଶ କରିବେ ଦଇତାପତି ସେବକ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି - NILACHALA SAMACHAR
Article Image

ଆଜି ବଡ଼ଦେଉଳକୁ ପ୍ରବେଶ କରିବେ ଦଇତାପତି ସେବକ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି

🗂 Art & Culture | 🕒 27 Jun 2026, 22:15 IST


ପୁରୀ ୨୭/୬ : ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡରେ ଠାକୁରଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦର୍ଶନ ଦେବେ। ସ୍ନାନପୂର୍ଣ୍ଣମୀ ପାଇଁ ବଡ଼ଦେଉଳରେ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି । ଏଣୁ ଶନିବାର ସକାଳେ ଦଇତାପତି ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଯାତ୍ରା କାଳୀନ ଦେବନୀତିର ଶୁଭାରମ୍ଭ ହେବ ।


ଶନିବାର ସକାଳେ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରାତିରୁ ଦେବସ୍ନାନ ପୂର୍ଣ୍ଣିମାର ପ୍ରାକ୍‌ ପ୍ରସ୍ତୁତି ହେବ । ଠାକୁରଙ୍କ ଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିବା ପରେ ବାହୁଟ କଣ୍ଟ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟକଣ୍ଟ କରାଯାଏ । ତ୍ରୟୋଦଶୀରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ସେବାରେ ଦଇତାପତିମାନେ ରହିବେ। ଶ୍ରୀମନ୍ଦିରର ପ୍ରାପ୍ୟ ପାଉଣା ମଧ୍ୟ ଦଇତାପତିଙ୍କ ବୋଲି ବିଧି ରହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: