🗂 Crime | 🕒 04 Jul 2026, 02:53 IST
ପୁରୀ, ୪/୭ : ମଙ୍ଗଳାଘାଟ ବାଇପାସ ରାସ୍ତାରେ ଗାଡି ଚାଳକ, ପର୍ଯ୍ୟଟକଙ୍କ ଗାଡି, ସ୍ଥାନୀୟ ଦୋକାନୀ ଓ ଜନସାଧାରଣ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ବାସେଳୀ ସାହି ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ମାତିତୋଟା ଦ୍ଵିତୀୟ ଗଳିରେ ରହୁଥିବା ମାର୍କଣ୍ଡେଶ୍ଵର ସାହି ରାମଜୀ ମଠ ନିକଟର ହିମାଳୟ ପାତ୍ର ୩୩ l ଅଭିଯୁକ୍ତ ନିକଟରୁ ଏକ ଖେଳନା ବନ୍ଧୁକ, ୫୦୦ ଟଙ୍କା ଓ ଏକ ବୁଲେଟ ଗାଡି ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ବୁଢ଼ାବର ରାତ୍ରରେ ଥାନା ଅଂଚଳରେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ମଙ୍ଗଳାଘାଟ ବାଇପାସ ରାସ୍ତାରେ ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ପରେ ୨୫୯/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ଟାଉନ ଓ ବଳିଆପଣ୍ଡା ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାଯାଇଛି l
No comments yet.