ରଥଯାତ୍ରା ପାଇଁ ପରିବହନ ବିଭାଗର ବ୍ୟାପକ ପ୍ରସ୍ତୁତି - NILACHALA SAMACHAR
Article Image

ରଥଯାତ୍ରା ପାଇଁ ପରିବହନ ବିଭାଗର ବ୍ୟାପକ ପ୍ରସ୍ତୁତି

🗂 Local | 🕒 04 Jul 2026, 17:22 IST


ପୁରୀ, ୪/୭ : ରଥଯାତ୍ରା ସମୟରେ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।ଶ୍ରଦ୍ଧାଳୁ ଓ ଭଗବାନ ଙ୍କ ମଧ୍ୟରେ ପରିବହନ ବିଭାଗ ସେତୁ ସଦୃଶ୍ୟ।ତେଣୁ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହାକୁ ମହାପ୍ରଭୁଙ୍କ ସେବା ବୋଲି ବିବେଚନା କରି କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳ। ଶୁକ୍ରବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଚଳିତ ରଥଯାତ୍ରା ପାଇଁ ପରିବହନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ସଚିବ ଶ୍ରୀ ବିଶ୍ବାଳ ରଥଯାତ୍ରା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ର ଲକ୍ଷ ଲକ୍ଷ ଯାତ୍ରୀ ପୁରୀ କୁ ଆସିଥାନ୍ତି।ତେଣୁ ସେମାନଙ୍କ ସୁସ୍ଥ ଓ ସୁଗମ ଯାତ୍ରା ପାଇଁ ପରିବହନ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ପ୍ରତ୍ୟେକ ଙ୍କ ମଧ୍ୟରେ ସୁସମନ୍ବୟ ଫଳରେ ଆମେ ଏହି ଗୁରୁ ଦାୟିତ୍ୱ କୁ ସୁଚାରୁ ରୁପେ ନିର୍ବାହ କରିବା ବୋଲି ସେ କହିଥିଲେ।ପ୍ରାରମ୍ଭରେ ଆରଟିଓ ସୁସ୍ମିତା ବେହେରା ସମସ୍ତଙ୍କୁ ସ୍ବାଗତ ସହ ପରିବହନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ଚଳିତ ବର୍ଷ ପୁରୀ ଭୁବନେଶ୍ୱର ସ୍ଥାୟୀ ପରମିଟ ମାଧ୍ୟମରେ ପରିବହନ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଅତିରିକ୍ତ ପ୍ରାୟ ୩୦୦ ବସ କୁ ଅସ୍ଥାୟୀ ପରମିଟ ପ୍ରଦାନ କରାଯିବ।ବସ ମାନେ ଯେପରି ଉପଯୁକ୍ତ ଭଡା ନେବେ ସେଥିପାଇଁ ପ୍ରତ୍ୟେକ ପରିବହନ ଗାଡ଼ି ଯଥା ବସ,ଅଟୋ ଇତ୍ୟାଦିରେ ରେଟ ଚାର୍ଟ ଲଗାଯିବ।ବସ ମାଲିକ ସଂଘ ମାନଙ୍କୁ ନେଇ କମିଟି ଗଠନ ଓ ସମନ୍ୱୟ ରଖାଯିବ।ପରିବହନ ର ପରିଚାଳନା ପାଇଁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ କରାଯାଇଛି।ସ୍ପିଡ ଯାଞ୍ଚ,ଓଭର ଲୋଡିଂ,ଫିଟନେସ,ପରମିଟ ଇତ୍ୟାଦି ଯାଞ୍ଚ କରାଯିବ।ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମ ଗୃହ ସହ ଅନ୍ୟାନ୍ୟ ମୌଳିକ ସୁବିଧା ର ବ୍ଯବସ୍ଥା ହେବ।ପ୍ରାଥମିକ ଚିକିତ୍ସା କିଟ,ପିଇବା ପାଣି, ଓଆରଏସ ଇତ୍ୟାଦି ବଣ୍ଟନ କରାଯିବ।କ୍ରେନ ଓ ଆମ୍ବୁଲାନ୍ସ ନିୟୋଜିତ ରହିବ।ଦୁଇଟି ସୂଚନା କେନ୍ଦ୍ର ମାଧ୍ୟମରେ ଅତ୍ୟାବଶ୍ୟକୀୟ ସୂଚନା ପ୍ରଦାନ କରାଯିବ।ଗାଡି ମରାମତି ସେବା,ଟ୍ରାଫିକ ପରିଚାଳନା,ଏନଏଚଏଆଇ ହାଇୱ୍ବେ ପେଟ୍ରୋଲିଂ,ମାଳତୀପାଟପୁର ଠାରେ କ୍ୟାମ୍ପ, ସଟଲ ସେବା ସହ ବସ ଗୁଡିକ ରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡିପିଏଚଓ ଡା ସଞ୍ଜୁ ଦାଶ,ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ,ଟ୍ରାଫିକ ଡିଏସପି ବିଜୟ ରତ୍ନମ ଲୋଲା,ଅନ୍ୟାନ୍ୟ ପରିବହନ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: