🗂 Crime | 🕒 16 May 2025, 20:38 IST
ପୁରୀ ବଳିଆପଣ୍ଡା ଅଞ୍ଚଳରେ ଘଟିଛି ମରଣାତ୍ମକ ଆକ୍ରମଣ। ଖଣ୍ଡା ଦ୍ୱାରା ଆତଙ୍କ ଖେଳାଇ ଦୃବୃତ୍ତ ମାନେ ଆକ୍ରମଣ କରିଥିବା ବେଳେ ଯୁବକ ଜଣଙ୍କ ଗୁରତର ଆହତ ହୋଇଥିବା ଜଣାପଡ଼ିଅଛି।ପୋଲିସ ର ନିଷ୍କ୍ରିୟତା ହେତୁ ବଳିଆପଣ୍ଡା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ଦିନ ଦ୍ୱିପ୍ରହରେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି ଙ୍କୁ ହାଣି ଲହୁଲୁହାଣ କରିଯାଇଅଛି। ଅଭିଯୁକ୍ତ ରାକେଶ କୁମାର ସାହୁ ଆକ୍ରମଣ ରେ ଦୀପ୍ତି ଆହତ ହୋଇଥିବା ବେଳେ ତାଙ୍କର ଦେହର ବିଭିନ୍ନ ଜାଗାରେ ଖଣ୍ଡା ଚୋଟ ଲାଗିଅଛି।ସାଧାରଣରେ ଏଭଳି ଆତଙ୍କୀ ଗୁଣ୍ଡା ଙ୍କ ବିରୋଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ କରୁଅଛି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଅଛି। ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଭଳି ଗୁଣ୍ଡାରାଜ ଘଟଣା ପୋଲିସ ର ପାରିବା ପଣିଆ ଉପରେ ଆଣିଛି ଅନେକ ପ୍ରଶ୍ନ।ଏପରିକି ସିସିଟିଭି ରେ ଏହି ଆକ୍ରମଣ ଘଟଣା କଏଦ ହୋଇଥିବା ଦୃଶ୍ୟ ପରିଲକ୍ଷିତ ହୋଇଅଛି।
No comments yet.