🗂 Crime | 🕒 06 Jul 2026, 00:13 IST
ପୁରୀ, ୬ /୭ : ହେଲିପ୍ୟାଡ଼ ପଡିଆଠାରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରିବା ଅଭିଯୋଗରେ ସମୁଦ୍ରକୁକ ଥାନା ପୁଲିସ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ୨ଟି ଆଇରନ ରଡ଼, ଗୋଟିଏ ଛୁରୀ, ଗୋଟିଏ ତାରକଟା କଟର ଆଦି ଜବତ କରାଯାଇଛି l ଅଭିଯୁକ୍ତ ମାନେ ହେଲେ ବାଲିସାହି ହରିଜନ ବସ୍ତିର ଫଟକା ଓରଫ ବାବୁନି ନାୟକ ୨୬, ବଳିଆପଣ୍ଡା ବିଜୟ ନଗରର ବସନ୍ତ ବେହେରା ୨୮, ଜଟିଆ ବାବାଜୀ ଛକ ନିକଟର ମହେନ୍ଦ୍ର ନାୟକ ୨୧, ସିଟି ରୋଡ ନୂଆସାହିରେ ଆର କୈଳାଶ ସେଠି ୨୧ ଓ ଧୋବାଖାଲ ପେଣ୍ଠକଟା ହରଚଣ୍ଡୀ ନଗରର କାର୍ତ୍ତିକ ରାଉତ ୨୦ l ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଶନିବାର ବିଳମ୍ବିତ ରାତ୍ରରେ ପୁଲିସ ପକ୍ଷରୁ ସିଟିରୋଡରେ ରାତ୍ର ପାଟ୍ରୋଲିଂ ଚାଲିଥିଲା l ବିଳମ୍ବିତ ରାତ୍ରରେ ପୁଲିସ ଜାଣିବାକୁ ପାଇଥିଲା ଯେ ହେଲିପ୍ୟାଡ଼ ପଡିଆରେ କେତେକ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି l ଉକ୍ତ ଖବର ଅନୁଯାୟୀ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ମାରଣାସ୍ତ୍ର ଜବତ କରିଥିଲେ l ପରେ ୨୨୦/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.