ଶ୍ରୀମନ୍ଦିର ଉପରେ ଅଜଣା ପକ୍ଷୀ, ଉଦ୍ଧାର କଲେ ସୁରକ୍ଷାକର୍ମୀ - NILACHALA SAMACHAR
Article Image

ଶ୍ରୀମନ୍ଦିର ଉପରେ ଅଜଣା ପକ୍ଷୀ, ଉଦ୍ଧାର କଲେ ସୁରକ୍ଷାକର୍ମୀ

🗂 Local | 🕒 06 Jul 2026, 00:22 IST

ପୁରୀ ୬/୭ : ଶ୍ରୀମନ୍ଦିର ଉପରେ ଅଜଣା ପକ୍ଷୀ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚାରିପାଖରେ ଘୁରି ବୁଲୁଥିବା ଏହି ପକ୍ଷୀ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲା। ପରେ ସେମାନେ ସତର୍କତାର ସହ ପକ୍ଷୀଟିକୁ ଧରି ଉଦ୍ଧାର କରିଥିଲେ । ପକ୍ଷୀଟି କେଉଁ ପ୍ରଜାତିର ଏବଂ କିପରି ଶ୍ରୀମନ୍ଦିର ପରିସରକୁ ଆସିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପକ୍ଷୀ ବୁଲିବାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଏକ ବିଦେଶୀ ପ୍ରଜାତିର ପକ୍ଷୀ ବୁଲୁଥିବା ଦେଖିବାକୁ ମିଳିବା ପରେ ସୁରକ୍ଷାକର୍ମୀମାନେ ତତ୍ପରତାର ସହ ଏହାକୁ ଉଦ୍ଧାର କରିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: