ପୁଣି ଜଣେ ଯୁବକଙ୍କ ଜୀବନ ନେଇଛି ଧଳା ଜହର । - NILACHALA SAMACHAR
Article Image

ପୁଣି ଜଣେ ଯୁବକଙ୍କ ଜୀବନ ନେଇଛି ଧଳା ଜହର ।

🗂 Local | 🕒 06 Jul 2026, 07:58 IST

ପୁରୀ ୬/୭ : ଜିଲ୍ଲା କୋଣାର୍କ ଅଞ୍ଚଳରେ ଜଣେ ୩୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକଙ୍କ ନାମ କ୍ଷେତ୍ରମୋହନ ପାଢ଼ୀ। ତେବେ ନିଶା

ପାଇଁ ଟଙ୍କା ନ ମିଳିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।


ପରିବାର ଲୋକଙ୍କ କହିବା ଅନୁଯାଇ , କ୍ଷେତ୍ରମୋହନ ଦୀର୍ଘ ଦିନ ଧରି ନିଶା ସେବନରେ ଅଭ୍ୟସ୍ତ ଥିଲେ। ଦୁଇ ଦିନ ତଳେ ସେ ନିଜ ମା'ଙ୍କଠାରୁ ନିଶା ପାଇଁ ଟଙ୍କା ନେଇଥିଲେ। କିନ୍ତୁ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଅଭିଯୋଗ ରହିଛି। ଏହାପରେ ସେ ଘରକୁ ଫେରି ନିଜ ବୃଦ୍ଧା ମା'ଙ୍କ ସହ ବଚସା କରିଥିଲେ। ପରେ ବିଳମ୍ବିତ ରାତିରେ ନିଜ ବେକରେ ଗାମୁଛା ବାନ୍ଧି ଘରର ଫ୍ୟାନରେ ଝୁଲି ପଡ଼ିଥିବା ଜଣାପଡ଼ିଛି।


ସକାଳେ ପରିବାର ଲୋକେ ତାଙ୍କୁ ଡାକିଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲକୁ ପଠାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: