ଶ୍ରୀକ୍ଷେତ୍ର ସହ ଯୋଡ଼ିହେଲା ଶାବର ଶ୍ରୀକ୍ଷେତ୍ର , ପୁରୀରୁ କୋରାପୁଟକୁ ନୂଆ ଟ୍ରେନ୍ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - NILACHALA SAMACHAR
Article Image

ଶ୍ରୀକ୍ଷେତ୍ର ସହ ଯୋଡ଼ିହେଲା ଶାବର ଶ୍ରୀକ୍ଷେତ୍ର , ପୁରୀରୁ କୋରାପୁଟକୁ ନୂଆ ଟ୍ରେନ୍ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

🗂 Local | 🕒 06 Jul 2026, 21:40 IST

ପୁରୀ ୬/୭ : ଶ୍ରୀକ୍ଷେତ୍ର ସହ ଯୋଡ଼ିହେଲା ଶାବର ଶ୍ରୀକ୍ଷେତ୍ର। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟ ଗଡ଼ିଲା ନୂଆ ଟ୍ରେନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ । ପୁରୀ–କୋରାପୁଟ ଏକ୍ସପ୍ରେସ ପୁରୀରୁ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ରାୟଗଡ଼ା ଓ ଦାମନଯୋଡ଼ି ଦେଇ କୋରାପୁଟକୁ ସଂଯୋଗ କରିବ। ପୂର୍ବରୁ ପୁରୀରୁ କୋରାପୁଟକୁ ଗୋଟିଏ ଟ୍ରେନ ଚଳାଚଳ କରୁଥିଲା। ଏହି ଅବସରରେ ରେଳ ମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାକୁ ଟ୍ରେନ୍ ଚଳାଚଳ କରିବ। ଓଡ଼ିଶାର ରେଳ ମ୍ୟାପ୍ ସଂପୂର୍ଣ୍ଣ ପରିବର୍ତ୍ତିତ ହେବ।

💬 Leave a Comment

🗨️ Approved Comments

No comments yet.

🔗 Share this article: