ଏସ କଫସିରଫ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଏସ କଫସିରଫ ଜବତ, ଜଣେ ଗିରଫ

🗂 Crime | 🕒 06 Jul 2026, 23:31 IST


ପୁରୀ, ୬/୭ : ଗୋଖା ସାହି ଦ୍ୱାରି ଜାଗା ନିକଟରେ ବେଇଆଇନ ଭାବେ ନିଶା ଔଷଧ ଏସକଫ ସିରଫ କାରବାର ଅଭିଯୋଗରେ ବାସେଳୀ ସାହି ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଗୋଖାସାହିରେ ତପୁ ଓରଫ ତପନ କୁମାର ବେହେରା ୨୪ l ଅଭିଯୁକ୍ତ ନିକଟରୁ ୪୫ଟି ଏସକଫ ସିରଫ ବୋତଲ ସହ ୨୦୦ଟଙ୍କା ଜବତ କରିଛି ପୁଲିସ l ଗତ ରବିବାର ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ବେଆଇନ ଭାବେ ଏସକଫ ସିରଫ କାରବାର କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ପରେ ଅଭିଯୁକ୍ତକୁ ଗିରଫ କରିବା ସହ ସିରଫ ଜବତ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୨୬୪/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: