🗂 Crime | 🕒 06 Jul 2026, 23:35 IST
ପୁରୀ, ୬/୭ : ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ବେଇଆଇନ ଭାବେ ନିଶା ଔଷଧ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବଳିଆପଣ୍ଡା ବିଜୟନଗର ଶିବଶକ୍ତି ସାହିର ଦିବାକର ବାରିକ ୩୫ l ଅଭିଯୁକ୍ତ ନିକଟରୁ ୧୫ଟି ଏସକଫ ସିରଫ ବୋତଲ ସହ ଏକ ସ୍କୁଟି ଜବତ କରିଛି ପୁଲିସ l ଗତ ରବିବାର ରାତ୍ରରେ ଅଭିଯୁକ୍ତ ବେଆଇନ ଭାବେ ଏସକଫ ସିରଫ କାରବାର କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ପରେ ଅଭିଯୁକ୍ତକୁ ଗିରଫ କରିବା ସହ ସିରଫ ଜବତ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୪୬୪/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.