🗂 Crime | 🕒 06 Jul 2026, 23:38 IST
ପୁରୀ, ୬/୭ : ମୋବାଇଲ ଲୁଟ କରି ଟଙ୍କା ଦାବି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ ଓ ଏକ ଆଇରନ କଟୁରୀ ଜବତ କରାଯାଇଛି l ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ମଙ୍ଗଳା ସାହିର ବିକାଶ ନାୟକ ୧୯ l ପୁଲିସ ସୂତ୍ରରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲାର ମେଘରାଜ ସୋରେନ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଯେବିପିସି ପାର୍କିଂ ଲେବର କ୍ୟାମ୍ପରୁ ସୋମବାର ସକାଳ ପ୍ରାୟ ୦୬.୩୦ ସମୟରେ ଅଭିଯୁକ୍ତ ଲେବର କ୍ୟାମ୍ପରେ ପ୍ରବେଶ କରି ଦୁଇଟି VIVO ଆଣ୍ଡ୍ରଏଡ୍ ମୋବାଇଲ୍ ଚୋରି କରିଥିଲା l ମୋବାଇଲ ଚୋରି ହୋଇଥିବା ମୋବାଇଲ କୁ କଲ କରିବା ପରେ ମୋବାଇଲ ଚୋରି କରିଥିବା ଯୁବକ ମୋବାଇଲ ଫେରି ପାଇବା ପାଇଁ ନେଇ ୪୦୦୦ ଟଙ୍କା ଦାବି କରିଥିଲା l ଏଥିସହ ପୋଲିସକୁ ଖବର ଦେଲେ ଭୟଙ୍କର ପରିଣାମ ଭୋଗିବାକୁ ଧମକ ମିଳିଥିଲା । ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା l ଉକ୍ତ ଅଭିଯୋଗ କ୍ରମେ ୪୬୫ / ୨୦୨୬ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.