ଆଉ ୮ ଦିନ ପରେ ରଥଯାତ୍ରା, ଖାଲଖମାରେ ଭର୍ତ୍ତି ପୁରୀ ସହରର ରାସ୍ତାଗୁଡ଼ିକ ପାଲଟିଛି ମରଣ ଯନ୍ତା - NILACHALA SAMACHAR
Article Image

ଆଉ ୮ ଦିନ ପରେ ରଥଯାତ୍ରା, ଖାଲଖମାରେ ଭର୍ତ୍ତି ପୁରୀ ସହରର ରାସ୍ତାଗୁଡ଼ିକ ପାଲଟିଛି ମରଣ ଯନ୍ତା

🗂 Local | 🕒 08 Jul 2026, 00:14 IST


ପୁରୀ, ୮/୭ : ଆଉ ମାତ୍ର ୮ ଦିନ ପରେ ରଥଯାତ୍ରା । ହେଲେ ଏପର୍ଯ୍ୟନ୍ତ ପୁରୀ ସହରର ରାସ୍ତାଗୁଡ଼ିକ ଖାଲଖମା ହୋଇପଡ଼ିଛି ।ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକ ମଧ୍ୟ ଖାଲଖମା ହୋଇପଡ଼ିଛି । ସବୁଠି ଛକିଛି ମୃତ୍ୟୁ । ଏପର୍ଯ୍ୟନ୍ତ ରାସ୍ତାଗୁଡ଼ିକର ପୂର୍ଣ୍ଣ ମରାମତି କରିବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇନି । ଶୀତ, ଗ୍ରୀଷ୍ମ ଦିନ ଯାଇ ବର୍ଷା ଦିନ ଆସିଥିବା ବେଳେ କିଛି ରାସ୍ତାରେ କେବଳ ପ୍ୟାଚ୍ ପକାଇ କାମ ଚଳାଇ ଦେବାକୁ ପ୍ରୟାସ ହେଉଛି । ଯାହା ଅସରାଏ ବର୍ଷା ପରେ ଧୋଇ ଯାଉଛି । ଫଳରେ ପ୍ରଶାସନିକ ଏହି ଦାୟିତ୍ୱହୀନତା ଯୋଗୁ ରଥଯାତ୍ରା ନିମନ୍ତେ ପୁରୀକୁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ପ୍ରଶାସନ ସବୁ କାମ ସାରିଥିବା କେବଳ ଭାଷଣ ବାଜି କରୁଛି । ସେପଟେ ସହରର ବିଭିନ୍ନ ରାସ୍ତା ମରାମତି ପରେ ସିସିଟିଭି ଲଗାଇବା, ହାଇମାଷ୍ଟ ଲଗାଇବା, ଷ୍ଟ୍ରିଟ ଲାଇଟ୍ ଲଗାଇବା, ସ୍ୱେରେଜ୍ ମ୍ୟାନ୍ହୋଲ୍ ଖୋଳିବା, ପିଏନ୍ଜି ପାଇପ୍ଲାଇନ୍ ପକାଇବାରେ ପୁଣି ଖୋଳାତଡ଼ା ଲାଗି ରହିଛି । ଶ୍ରୀସେତୁ ଆପ୍ରୋଚ୍ ରୋଡ୍ ନିର୍ମାଣ ପୂର୍ଣ୍ଣ ଭାବେ ସରିପାରିନି । ଶ୍ରୀସେତୁ ତଳ ଦେଇ ମଙ୍ଗଳାଘାଟ ଜଟିଆ ବାବାଜୀ ଛକ ଜାତୀୟ ରାଜପଥ ଯାଇଥିବା ବେଳେ ଅସମ୍ପୂର୍ଣ୍ଣ ରାସ୍ତା ଏବେ ଦୁର୍ଘଟଣାର କାରଣ ହୋଇଛି । ସେହିପରି ସହରର ଅଧିକାଂଶ ଜନଗହଳି ରାସ୍ତାଗୁଡ଼ିକ ଅନ୍ଧାରରେ ରହିଛି । ଯାହାକୁ ନେଇ ବହୁ ଅଭିଯୋଗ ସତ୍ତେ୍ୱ ପ୍ରଶାସନ ଉଚିତ ପଦକ୍ଷେପ ନେଉନି

💬 Leave a Comment

🗨️ Approved Comments

No comments yet.

🔗 Share this article: