ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ଚଢିଗଲେ ଯୁବକ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ଚଢିଗଲେ ଯୁବକ

🗂 Art & Culture | 🕒 17 Aug 2026, 23:36 IST

ପୁରୀ ୧୭/୮ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ।ଶ୍ରୀମନ୍ଦିର ଉପରେ ଚଢିଗଲେ ଯୁବକ।ଶ୍ରୀମନ୍ଦିର ଅଁଳା ବେଢ଼ା ପର୍ଯ୍ୟନ୍ତ ଚଢ଼ିବା ସହ ପୁଣି ଓହ୍ଲାଇ ଭୋଗ ମଣ୍ଡପ,ଗୁମୁଟ ଉପରେ ଚାଲିଲେ ।ଦୀର୍ଘ ସମୟ ଧରି ଯୁବକ ଜଣଙ୍କ ଶ୍ରୀମନ୍ଦିର ଉପରେ ରହିଥିଲେ।ପରେ ସୁରକ୍ଷା କର୍ମୀ ମାନେ ଦୀର୍ଘ ସମୟ ପ୍ରଚେଷ୍ଟା କରିବା ପରେ ଯୁବକ ଜଣଙ୍କୁ ଉପରୁ ଓହ୍ଲାଇ ଆଣିଥିଲେ ।ପରେ ତାଙ୍କୁ ପଚରା ଉଚୁରା କରିବା ପରେ ମାନସିକ ସ୍ଥିତିକୁ ଦେଖି ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

ଯୁବକ ଜଣଙ୍କ ହେଉଛନ୍ତି ମାଧବ ଗୋପୀନାଥ ନାୟକ । ଭେଁ ଭେଁ ହୋଇ କାନ୍ଦୁଛି ଯୁବକ ଜଣକ ।ଯୁବକ ଜଣଙ୍କ ମାନସିକ ସ୍ଥିତି ସ୍ଥିର ନାହିଁ ବୋଲି କହିଛନ୍ତି ସୁରକ୍ଷା ପ୍ରଶାସକ। ଯୁବକ ଜଣଙ୍କ ବରଗଡ଼ ର ବାସିନ୍ଦା ହୋଇଥିବା ବେଳେ ଛତିଶଗଡର କୁଟେଲା 

ସରାଇ ପଲ୍ଲୀ ମହାସମୁଦ ରୋଡ ଅଞ୍ଚଳରେ ରହି ଆସୁଥିଲା ବୋଲି କହିଛି ।ଯୁବକ ଜଣଙ୍କୁ ପ୍ରାୟ 25 ରୁ 30 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।



💬 Leave a Comment

🗨️ Approved Comments

No comments yet.

🔗 Share this article: