ମଶାଣିଚଣ୍ଡୀ ଲେନରେ ଘଟିଥିବା ହତ୍ୟାକାଣ୍ଡ ମାମଲା, ବାସେଳୀସାହି ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ - NILACHALA SAMACHAR
Article Image

ମଶାଣିଚଣ୍ଡୀ ଲେନରେ ଘଟିଥିବା ହତ୍ୟାକାଣ୍ଡ ମାମଲା, ବାସେଳୀସାହି ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ

🗂 Crime | 🕒 17 May 2025, 23:24 IST

ପୁରୀ ମଶାଣିଚଣ୍ଡୀ ଲେନରେ ଘଟିଥିବା ହତ୍ୟାକାଣ୍ଡ ମାମଲା, ବାସେଳୀସାହି ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ, ଜେଜେବିକୁ ଗଲା ଜଣେ ନାବାଳକ l ମଶାଣିଚଣ୍ଡୀ ଲେନରେ ଘଟିଥିବା ହତ୍ୟାକାଣ୍ଡ ମାମଲାରର ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକକୁ ଜେଜେବିକୁ ପଠାଇଲା ବାସେଳୀସାହି ଥାନା ପୁଲିସ l କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ମଶାଣିଚଣ୍ଡୀ ଛକ ନିକଟର ବିଷ୍ଣୁ ଭୋଇ 40 ଓ ମାତିତୋଟା ତୃତୀୟଲେନର ବାଦଲ ଓରଫ କାର୍ତ୍ତିକ ବେହେରା 30 l ଏହି ମାମଲାରେ ବିଷ୍ଣୁ ଭୋଇଙ୍କ ନାବାଳକ ପୁତ୍ରକୁ ଜେଜେବିକୁ ପଠାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବିଷ୍ଣୁ ଭୋଇ ଗତ 4ଦିନ ତଳେ ମଶାଣିଚଣ୍ଡୀ ମନ୍ଦିର ପରିସର ବଗିଚାରୁ ପଇଡ଼ ଚୋରି କରିଥିଲା l ଏନେଇ ମଶାଣିଚଣ୍ଡୀ କମିଟି ସମ୍ପାଦକ କୁନା ଓରଫ ନରସିଂହ ବେହେରା ଏନେଇ ପ୍ରତିବାଦ କରିଥିଲେ l ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା l ଗତ 15ତାରିଖ ବିଳମ୍ବିତ ରାତ୍ରରେ ବିଷ୍ଣୁ ଭୋଇ ତାଙ୍କର ପୁତ୍ର ଓ ଅନ୍ୟଜଣେ ଅଭିଯୁକ୍ତ କୁନା ବେହେରାଙ୍କ ଘର ନିକଟକୁ ଯାଇ ଡାକିଥିଲେ l. ପରେ କୁନା ବେହେରାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଭୁଜାଲି, କଟୁରୀ, ଚାପଡ଼ ଓ ଧାରୁଆ ଛୁରୀରେ କୁନାକୁ ହାଣିଥିଲେ l ଏଥିରେ କୁନା ବେହେରାଙ୍କ ମୃତ୍ୟୁ ଘଟିଥିଲା l କୁନା ବେହେରାଙ୍କ ଭାଇ ମୀନକେତନ ବେହେରା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ 88/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: