🗂 Crime | 🕒 25 Aug 2026, 10:40 IST
ପୁରୀ ୨୫/୮ : କୁମ୍ଭାରପଡାରେ ବିଭତ୍ସ ହତ୍ୟାକାଣ୍ଡ।ମା’କୁ ହତ୍ୟା ପରେ ଘରେ ପୋତି ପ୍ଲାଷ୍ଟର କରିଦେଲା ପୁଅ। ହତ୍ୟା କରିବା ପରେ ପୁଅ ଫେରାର ହୋଇଯାଇଛି। କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଘର ମାଲିକଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ମାଆର ପତ୍ତା ନାହିଁ । ରୋଷେଇ ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଦୁର୍ଗନ୍ଧ ଆସିବାରୁ ଏବଂ ସେଠାରେ ପ୍ଲାଷ୍ଟର କରାଯାଇଥିବା ଦେଖି ଘର ମାଲିକ ଓ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ମା’କୁ ମାରି ରୋଷେଇ ଘର ସ୍ଲାବ ତଳେ ପୁଅ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ତେବେ ଚଟାଣରେ ପାଣି ବର୍ଜ୍ୟ ଭାସୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି । ଘଟଣାସ୍ଥଳରେ ପୁଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରୁଛନ୍ତି।
No comments yet.