ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବୈଠକରେ ବସଯାତାୟାତ ବେଳେ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l - NILACHALA SAMACHAR
Article Image

ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବୈଠକରେ ବସଯାତାୟାତ ବେଳେ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l

🗂 Local | 🕒 18 May 2025, 00:21 IST

ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ନେଇ ଟାଉନ ଥାନା ପରିସରରେ ପୁଲିସ ସହ ବସମାଲିକଙ୍କ ବୈଠକ ଅନୁଷ୍ଠିତ ହୋଇଛି l ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବୈଠକରେ ବସଯାତାୟାତ ବେଳେ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l କେଉଁ ବସ କେଉଁ କେଉଁ ରୁଟରେ ଯାତାୟାତ କରିବେ, ଯାତାୟାତ ବେଳେ ଟ୍ରାଫିକ ସମସ୍ୟା ନହେବ, ବସ ପାର୍କିଂ ସ୍ଥାନମାନଙ୍କରେ ଭିଡ଼ ନିୟନ୍ତ୍ରଣ କରାଯିବା, ବସ ଚଳାଚଳ ବେଳେ ଯେ କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା ହେଲେ ବସ ମାଲିକ ଓ ପୁଲିସ ସହ ଯଥାଶୀଘ୍ର ଯୋଗାଯୋଗ ହୋଇ ସମାଧାନ କରାଯିବ, ବସ ଯୋଗେ ଯାତ୍ରୀଙ୍କ ସୁବିଧା, ଟାଉନବସ କିପରି ଲୋକଙ୍କ ସୁବିଧା ନେଇ ଚଳାଚଳ କରିବ, ସମସ୍ତ କାର୍ଯ୍ୟକ୍ରମ ସମନ୍ୱୟରେ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା l ବୈଠକରେ ଅତିରିକ୍ତ ଏସପି ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ଡ଼ିଏସପି ରାଜ କୁମାର ପରିଡା, ଡ଼ିଏସପି ଇନଚାର୍ଜ ଟ୍ରାଫିକ ଥାନା ଜୟଦୀପ ମହାନ୍ତି, ଆରଟିଓ ରବୀନ ପଟ୍ଟନାୟକଙ୍କ ସମେତ ବସ ମାଲିକ ମାନେ ଯୋଗଦାନ କରିଥିଲେ l ଆଜି ରାତ୍ର 8ଟାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: