ରେଳଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍ ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। - NILACHALA SAMACHAR
Article Image

ରେଳଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍ ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।

🗂 Local | 🕒 19 May 2025, 04:00 IST

ପୁରୀ ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ପୁରୀ ରେଳଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍ ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କୁମ୍ଭାରପଡ଼ା ଥାନା ପୋଲିସ ସହିତ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡ୍ରେନ୍ ନିକଟରେ ଏକ ମଦ ଦୋକାନ ଥିବାରୁ ମୃତକ ଜଣକ ଅତ୍ୟଧିକ ନିଶା ସେବନ କରି ଡ୍ରେନ୍ ଭିତରେ ପଡି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ମୃତକଙ୍କ ଘର କେଉଁଠି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଡ୍ରେନ୍ ଭିତରେ ଭାସୁଛି ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ସହରରେ ଥିବା ଅନେକ ମୁକୁଳା ଡ୍ରେନରେ ସ୍ଲାବ୍ ପକାଯିବା ନେଇ ପ୍ରଶାସନିକ ଅଧିକାରୀ ମାନେ ଆରଡିସିଙ୍କ ସମ୍ମୁଖରେ କହିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।‌ ପୂର୍ବରୁ ମୁକୁଳା ଡ୍ରେନ୍ ରେ ପଡ଼ି ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ମୁକୁଳା ଡ୍ରେନ୍ ରେ କେବେ ସ୍ଲାବ ପଡିବ ସେନେଇ ସାଧାରଣରେ‌ ପ୍ରଶ୍ନ ଉଠିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: