🗂 Crime | 🕒 22 May 2025, 17:40 IST
ପୁରୀ ଜାଡୁଆଣୀ ଲାଇବ୍ରେରୀ ଛକ ଠାରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଗଙ୍ଗରାମ ନୂଆସାହିର ସନାତନ ଭୋଇ 24 ଓ ହେରାଗୋହିର ସାହିର ଅଂଶୁମାନ ନାୟକ 26 l ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ଗୋଟିଏ ମୋବାଇଲ ଓ 380 ଟଙ୍କା ଜବତ କରାଯାଇଛି l ଆଜି ପୂର୍ବାହ୍ନରେ ଅଭିଯୁକ୍ତ ଦ୍ବୟ ଜାଡୁଆଣୀ ଲାଇବ୍ରେରୀ ଛକ ଠାରେ ସ୍ଥାନୀୟ ଦୋକାନୀ ଓ ଯାତ୍ରୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ 195/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.