ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର 'ଜୁନିୟର ରକ୍ଷକ' କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ l - NILACHALA SAMACHAR
Article Image

ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର 'ଜୁନିୟର ରକ୍ଷକ' କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ l

🗂 Local | 🕒 22 May 2025, 17:51 IST

ପୁରୀ ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର 'ଜୁନିୟର ରକ୍ଷକ' କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ l ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର 'ଜୁନିୟର ରକ୍ଷକ' କାର୍ଯ୍ୟକ୍ରମ । ଦୁଇଟି ପର୍ଯ୍ୟାୟରେ ୫୫୦ ଏନସିସି କ୍ୟାଡେଟଙ୍କୁ ମାଷ୍ଟର ଟ୍ରେନର ମାନେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି । ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୫୫୦ ଜଣ NCC କ୍ୟାଡେଟ 'ଜୁନିଅର ରକ୍ଷକ' ତାଲିମ ନେଇଛନ୍ତି । କାର୍ଯ୍ୟକ୍ରମକୁ ଏନସିସି କର୍ଣ୍ଣେଲ ସୁଦୀପ ସିହ୍ନା ଓ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସ୍ଵତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ମାଷ୍ଟର ଟ୍ରେନର ଅମୀୟବାଳା ପରିଡ଼ା, ଇତିଶ୍ରୀ ସୁନ୍ଦରା, ସୁବାସ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ସାହୁ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ନେଇ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଇଥିଲା । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ୍ ଆମ୍ବାସଡର ସାଜିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶା ଓ ନିଜ ଶିକ୍ଷାନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ । ଏହି ଅବସରରେ ଅତିଥି ମାନେ ଗୁଡ଼୍ ସମରିଟାନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ଡାକ୍ତରଖାନା ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି ।

 ଅନ୍ୟମାନଙ୍କ ମଧ୍ୟରେ ପୁରୀ ଆଂଚଳିକ ପରିବହନ କାର୍ଯ୍ୟାଳୟର ସହାୟକ ମୋଟର ଯାନ ନିରୀକ୍ଷକ ଅମିତ୍ ରଣା, ଏଆରଟିଓ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ କରାଯାଉଛି । ଗତବର୍ଷ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଫଳତାର ଚଳିତ ବର୍ଷ ମଧ୍ୟ ଏହା ଜାରି ରହିଛି । ସଡ଼କ ଦୁର୍ଘଟଣା ସମ୍ପର୍କରେ ଜୁନିଅର ରକ୍ଷକ ମାନଙ୍କୁ ସୂଚନା ପ୍ରଦାନରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦିଗରେ ବିଭାଗ କାର୍ଯ୍ୟ କରୁଛି । ଏଭଳି କାର୍ଯ୍ୟକ୍ରମ ଜରିଆରେ ଭବିଷ୍ୟତ ପିଢ଼ି ସଡ଼କ ସୁରକ୍ଷା ସଂପର୍କରେ ସଚେତନ ହେବା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ଆଶା ରଖିଛି । ସମସ୍ତ ପ୍ରଶିକ୍ଷିତ କ୍ୟାଡେଟଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରିଥିଲେ । ଆଜିମଧ୍ୟାହ୍ନ 12ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: