ଭୂଦାନ ଜଙ୍ଗଲରେ ଡକାୟତି ଯୋଜନା ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ଭୂଦାନ ଜଙ୍ଗଲରେ ଡକାୟତି ଯୋଜନା ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 22 May 2025, 19:22 IST

ପୁରୀ ଭୂଦାନ ଜଙ୍ଗଲରେ ଡକାୟତି ଯୋଜନା ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ବାସେଳୀସାହି ଥାନା ଅନ୍ତର୍ଗତ ଉଦୟନଗରର ରାକା ଓରଫ ରାକେଶ କୁମାର ସାହୁ 27, କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ପାରିକୁଦର ଜଗା ଓରଫ ଶୁଭେନ୍ଦୁ କୁମାର ଜାଲି 27, କୁମ୍ଭାରପଡା ଥାନା ଅନ୍ତର୍ଗତ ଶଙ୍କର ଓରଫ ବିଶ୍ୱମ୍ବର ସିଂହ 31, ରାମଚଣ୍ଡୀ ସାହି ବାଲିକୁଦର ଶିବ ନାୟକ 25 ଓ ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିର ଗୁନ ଓରଫ ଅର୍ଜୁନ ପୃଷ୍ଟି 33 l ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ଭୁଜାଲି, 3ଟି ଖଣ୍ଡା, 5ଟି ଖାଲି ବିୟର ବୋତଲ ଓ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରାଯାଇଛି l ଗତକାଲି ବିଳମ୍ବିତ ରାତ୍ରରେ ଭୂଦାନ ଜଙ୍ଗଲରେ 5ରୁ 6ଜଣ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ପାଟ୍ରୋଲିଂ ବେଳେ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l 90/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: