🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ଅନୁଷ୍ଠିତ। - NILACHALA SAMACHAR
Article Image

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ଅନୁଷ୍ଠିତ।

🗂 Local | 🕒 23 May 2025, 17:11 IST

ପୁରୀ ଜିଲ୍ଲା ସ୍ତରୀୟ ପ୍ବରିଷ୍ଠ ନାଗରିକ ସମ୍ମିଳନୀ ଆଜି ପୂର୍ବାହ୍ନରେ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ବରିଷ୍ଠ ନାଗରିକ ମାନେ ଅଭିଜ୍ଞତା ଓ ଅନୁଭବ ଦୃଷ୍ଟିରୁ ସମାଜ ପାଇଁ ଜଣେ ଜଣେ ସମ୍ବଳ ଓ ଶକ୍ତି ସଦୃଶ୍ୟ।ସେମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ।ଆଜିର ପିଢ଼ି ଓ ବୟସ୍କ ମାନଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହେଉଛି।ଏହାକୁ ପ୍ରତିହତ କରି ଆମ ମହାନ ସଂସ୍କୃତି ଓ ପରମ୍ପରା ଆଧାର ରେ ବରିଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଏବଂ ସମସ୍ତ ସୁବିଧା ସୁଯୋଗ ଦେବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଭୋଇ ସୂଚନା ଦେଇଥିଲେ।ଉପଜିଲ୍ଲାପାଳ ରାଜ କିଶୋର ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ନିୟମ, ସୁରକ୍ଷା ବ୍ୟବସ୍ଥା, ସମସ୍ୟା ର ସମାଧାନ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ।ବରିଷ୍ଠ ମାନଙ୍କ ପାରିବାରିକ ସମସ୍ୟା ର ଅନେକ ମାମଲା ରହିଛି।ଏହାକୁ ଆପୋଷ ସମାଧାନ କରି ପୁନଃ ଶାନ୍ତି ଓ ସ୍ନେହ ବଜାୟ ରଖିବାକୂ ସେ ଆହ୍ୱାନ ଦେଇଥିଲେ।ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନିତା ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ।ସମାଜସେବୀ ସିଦ୍ଧାର୍ଥ ରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସୂଚନା ପତ୍ର ଉନ୍ମୋଚନ କରିଥିଲେ । ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟି ସଦସ୍ୟ ମାନଙ୍କ ନାମ ଘୋଷଣା କରାଯିବା ସହିତ ସେମାନଙ୍କୁ ସ୍ଵାଗତ  କରାଯାଇଥିଲା।ପ୍ରାରମ୍ଭରେ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ସହ ପ୍ରତ୍ୟେକ ଙ୍କୁ ଛତା ପ୍ରଦାନ କରାଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା।ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: