ହୋଟେଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ ସମୁଦ୍ରକୁଳ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ - NILACHALA SAMACHAR
Article Image

ହୋଟେଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ ସମୁଦ୍ରକୁଳ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ

🗂 Crime | 🕒 25 May 2025, 01:58 IST

ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ ସମୁଦ୍ରକୁଳ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ ଳ ଅଭିଯୁକ୍ତ ମାନେ ହେଲେ ଗୌଡ଼ବାଡ଼ ସାହିର ସୁନୀଲ କୁମାର ସାହୁ 25, ଗୌଡ଼ବାଡ଼ ସାହି କାମାକ୍ଷା ମନ୍ଦିର ନିକଟର ଆର ରାମଚନ୍ଦ୍ର ବେହେରା 26, ପିକେଆରଆଇଟି କଲୋନୀର ପିଣ୍ଟୁ ଥାପା 32, ତାଳବଣିଆ ତାରିଣୀ ମନ୍ଦିର ପ୍ରଥମ ଲେନର ଵିଶାଲ ନାୟକ 24 ଓ ରେଲୱେ କଲୋନୀର ବାବୁଲି ନାୟକ 24 ଳ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଟୁରୀ, ଗୋଟିଏ ଆଇରନ ରଡ଼, ଗୋଟିଏ ଛୁରୀ ଗୋଟିଏ ଫ୍ଲାସ, ଲଙ୍କାଗୁଣ୍ଡା ପ୍ୟାକେଟ, ୨ଟି ଖାଲି ବିୟର ବୋତଲ, ବିଡି ଦିଆସିଲି ଜବତ କରାଯାଇଛି l ଗତକାଲି ବିଳମ୍ବିତ ରାତ୍ରରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଅଭିଯୁକ୍ତ ମାନେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା l ଉକ୍ତ ଖବର ଅନୁଯାୟୀ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ମାରଣାସ୍ତ୍ର ଜବତ କରିଥିଲା l ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ 132/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: