🗂 Local | 🕒 26 May 2025, 17:23 IST
ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଅସଦାଚରଣ କଲା ଜଣେ ଯୁବକ। ଅସଦାଚରଣ ଘଟଣା ପ୍ରତିବାଦରେ ନାବାଳିକା ଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରିବା ସହ ନିସ୍ତୁକ ପିଟିଲେ। ତେବେ ବଡ଼ଦାଣ୍ଡରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ଅସଦାଚରଣ କରିଥିବା ଯୁବକକୁ କାବୁ କରିବା ସହ ସିଂହଦ୍ଵାର ଥାନାକୁ ନେଇଥିଲେ। ସିଂହଦ୍ଵାର ଥାନା ଅଧିକାରୀ ସମ୍ପୃକ୍ତ ଯୁବକକୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଚାଲିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଟକ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ବର ପଟିଆ ଅଞ୍ଚଳର ରଞ୍ଜିତ ସାମନ୍ତରାୟ। ଉତ୍ତର ଦ୍ବାର ନିକଟରେ ଥିବା ଜୋତା ଷ୍ଟାଣ୍ଡରେ ଅଟକ ଯୁବକ ଜଣକ କାର୍ଯ୍ୟ କରୁଥିବା ଜଣାପଡିଛି। ତେବେ ବଡ଼ଦାଣ୍ଡରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଅନୁଧ୍ୟାନ କରୁଥିବା ଜଣାପଡିଛି। ବଡ଼ଦାଣ୍ଡ ଭଳି ଏକ ପବିତ୍ର ସ୍ଥାନରେ ଜଣେ ନାବାଳିକାକୁ ଅସଦାଚରଣ କରିବା ଘଟଣାକୁ ସାଧାରଣରେ କଡ଼ା ନିନ୍ଦା କରାଯାଇଛି।
No comments yet.