🗂 Crime | 🕒 28 May 2025, 11:13 IST
ପୁରୀ ଇଡ଼କୋ ରୋଡ ନିକଟ କାଜୁ ଜଙ୍ଗଲରେ ଚାଲିଥିବା ଜୁଆଆଡ୍ଡା ଉପରେ ସଦର ଥାନା ପୁଲିସର ଚଢ଼ାଉ, 4ଅଟକ l ଅଟକ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖଡ଼ିପଦାର ନିରଞ୍ଜନ ମହାପାତ୍ର 27, ସୁଶାନ୍ତ ସାହୁ 34, ଗୋରୁଆଳର ସୁନୀଲ ପରିଡା 22 ଓ ବାସୁଦେବପୁରର ଅଜୟ ପ୍ରଧାନ 42 l ଅଭିଯୁକ୍ତଙ୍କ ନିକଟରୁ 4ହଜାର 8ଶହ ଟଙ୍କା 3ସେଟ ପ୍ଲେୟିଙ୍ଗ କାର୍ଡ, ଗୋଟିଏ ଗ୍ୟାସ ଲାଇଟ, 3ଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି l ଇଡ଼କୋ ରୋଡ ନିକଟ କାଜୁ ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ରାତ୍ର 8ଟାରେ ଚଢ଼ାଉ କରିଥିଲା l
No comments yet.