ସାହା କଲେଜ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବାସେଳୀ ସାହି ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ସାହା କଲେଜ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବାସେଳୀ ସାହି ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 28 May 2025, 23:19 IST

ମଙ୍ଗଳାଘାଟ ବାଇପାସ ରାସ୍ତା ସାହା କଲେଜ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବାସେଳୀ ସାହି ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ କଣ୍ଠପୁରର ଚାପଡ଼ କାଳିଆ ଓରଫ ତପନ ପ୍ରଧାନ 29, ଜଗନ୍ନାଥ ବସ୍ତିରେ ରହୁଥିବା ଚନ୍ଦନପୁର ଥାନା ଅନ୍ତର୍ଗତ ଖଣ୍ଡିଘରର ଧ୍ରୁବ ଓରଫ ଦିବାକର ସ୍ୱାଇଁ 49, କୁମ୍ଭାରପଡା ଥାନା ଅନ୍ତର୍ଗତ ବାଲିଉପରର ସୋନୁ ନାୟକ 21, ଗୋଖାସାହିର ପିଣ୍ଟୁ ଓରଫ ବାବୁନା ଭୋଇ 20 ଓ ବଳିଆପଣ୍ଡାର ଗୁନ ଓରଫ ପ୍ରଶାନ୍ତ ବଳବନ୍ତରାୟ 32 l ଅଭିଯୁକ୍ତ ମାନଙ୍କ ନିକଟରୁ 3ଟି ଖଣ୍ଡା, ଗୋଟିଏ ରଡ଼, ଗୋଟିଏ ଛୁରୀ,ଲଙ୍କାଗୁଣ୍ଡ ପ୍ୟାକେଟ, 3ଟି ଖାଲି ବିୟର ବୋତଲ ଓ ଦିଆସିଲି ପ୍ୟାକେଟ ଜବତ କରାଯାଇଛି l ଗତକାଲି ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ମାନେ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପେଟ୍ରୋଲିଂ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ 104/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: