🗂 Local | 🕒 29 May 2025, 11:59 IST
ପୁରୀ ଭାରତ ସରକାର ଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ଠାରୁ ଶୁଭାରମ୍ଭ ହୋଇଚି। ପୁରୀ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ନୁଆ ଯୋଜନା କୁ ଶୁଭାରମ୍ଭ କରିଛନ୍ତି। ଏଣିକି କୃଷି ବୈଜ୍ଞାନିକ ମାନେ ଗ୍ରାମାଞ୍ଚଳ କୁ ଯାଇ ସେଠାର ମୃତ୍ତିକା ପରୀକ୍ଷା ସହ ଜଳବାୟୁ କିଭଳି ରହିଛି, କେତେ ଜଳ ରହିଚି, କିଭଳି କିସମ କେଉଁ ଫସଲ କଲେ ଅଧିକ ଅମଳ ହେବ ସେ ନେଇ କୃଷକ ଙ୍କୁ ସଚେତନ କରାଇବେ। ଏହା ଦ୍ଵାରା କୃଷି ଉତ୍ପାଦନ ବଢିବା ସହ କୃଷକ ଙ୍କ ଆୟ ବୃଦ୍ଧି ହେବ । ଭାରତ ର ଖାଦ୍ୟ ଭଣ୍ଡାର ଭରପୁର ରହିବା ସହ ଭାରତ ବିକଶିତ ରାଷ୍ଟ୍ର ରେ ପରିଣତ ହୋଇ ପାରିବ। ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ପୁରୀ ଆସି ଶ୍ରୀ ମନ୍ଦିର ମହାପ୍ରଭୂ ଦର୍ଶନ କରି ଏହି କାର୍ଯ୍ୟକ୍ରମ ସଫଳ ହେବା ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ସାଧନା ସିଂ, ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କେ ବି ସିଂହଦେଓ ଉପସ୍ଥିତ ଥିଲେ। କେନ୍ଦ୍ର କୃଷମନ୍ତ୍ରୀ, ତାଙ୍କ ପତ୍ନୀ ଓ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଙ୍କୁ ମହାପ୍ରଭୂ ଖଣ୍ଡୁଆ ଦିଆଯାଇ ଶ୍ରୀ ମନ୍ଦିର ପ୍ରଶାସନ ଓ ସେବାୟତ ମାନେ ସ୍ବାଗତ କରିଥିଲେ।
B, ଶିବରାଜ ସିଂ ଚୌହାନ, କେନ୍ଦ୍ର କୃଷି ମନ୍ତ୍ରୀ
No comments yet.