🗂 Art & Culture | 🕒 29 May 2025, 21:53 IST
ପୁରୀ ଆଜି ଦାରୁ ବିଗ୍ରହ ମାନଙ୍କୁ ମହାସ୍ନାନ କରାଯାଇଛି l ଭଣ୍ଡାର ଘର ନିକଟରେ ବାନ୍ତି ପଡିବା ଯୋଗୁଁ ମହାସ୍ନାନ ଲାଗିଥିଲା l ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଚାଲୁ ରହିଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଦେବା ଦୃଷ୍ଟିକୁ ଆସିବାରୁ ଦାରୁବିଗ୍ରହଙ୍କୁ ବଡ଼ ମହାସ୍ନାନ ଲାଗିଥିଲା l ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିବା ପରେ ସିଂହାସନ ଧୁଆ, ମଇଲମ ହୋଇଥିଲା l ପରେ ମହାସ୍ନାନ ପୂଜା ଠା, ମହାସ୍ନାନ ପୂଜା ଆରମ୍ଭ ହୋଇ ମହାସ୍ନାନ ପୂଜା ଶେଷ ହେବା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା l
No comments yet.