🗂 Crime | 🕒 29 May 2025, 23:08 IST
ପୁରୀ ମେରାଇନ ଡ୍ରାଇଭ ରୋଡ ଛଇତନା ଛକ ନିକଟରେ ଲୋକଙ୍କୁ ଧମକାଇ ଦାଦାବଟି ଆଦାୟ ଅଭିଯୋଗରେ ରାମଚଣ୍ଡୀ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଛଇତନା କବିରାଜ ପୁରର ପବି ଓରଫ ପବିତ୍ର ପୃଷ୍ଟି 37 l ଅଭିଯୁକ୍ତ ନିକଟରୁ ଗୋଟିଏ ଭୁଜାଲି ଓ 230 ଟଙ୍କା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ରାତ୍ରରେ ଅଭିଯୁକ୍ତ ହାତରେ ଗୋଟିଏ ମାରଣାସ୍ତ୍ର ଭୁଜାଲି ଧରି ଲୋକମାନଙ୍କୁ ଡରାଇ ଧମକାଇ, ଗାଳି ଗୁଲଜ କରି ଦାଦାବଟି ଆଦାୟ କରୁଥିବାର ପେଟ୍ରୋଲିଂ ପୁଲିସ ଖବର ପାଇ ଗତକାଲି ରାତିରେ ଛଇତନା ଛକରୁ ଗିରଫ କରିଥିଲା l କରିଥିଲା । ପରେ 72/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ ଅଭିଯୁକ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.