🗂 Crime | 🕒 29 May 2025, 23:21 IST
ପୁରୀ ଶ୍ରୀମନ୍ଦିର ଭିତର କାଠ ନିକଟରେ ଶ୍ରଦ୍ଧାଳୁଙ୍କ ବେକରୁ ସୁନାଚେନ ଲୁଟ ଅଭିଯୋଗରେ ସିଂହଦ୍ୱାର ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଟାଉନ ଥାନା ଅନ୍ତର୍ଗତ ସୁଆରସାହିର ଦୀପକ ସୁଆର 36 l ଅଭିଯୁକ୍ତ ନିକଟରୁ ସୁନା ଚେନ ଜବତ କରାଯାଇଛି l ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ଅନିଲ କୁମାର ସାହୁ ଶ୍ରୀମନ୍ଦିର ଭିତର କାଠ ଠାରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଥିବା ସମୟରେ ଭିଡ଼ଭିତରେ ଅଭିଯୁକ୍ତ ତାଙ୍କ ବେକରୁ 15ଗ୍ରାମର ସୁନା ଚେନ ଲୁଟ କରୁଥିଲା l ସେଠାରେ ସାଧାପୋଷାକ ଧାରୀ ପୁଲିସ ଅଭିଯୁକ୍ତକୁ ଧରି ସିଂହଦ୍ୱାର ଥାନାରେ ଦେଇଥିଲେ l ଅଭିଯୁକ୍ତ ନିକଟରୁ ସୁନାଚେନ ଜବତ କରାଯାଇଥିଲା l ଏନେଇ ଅନିଲ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 77/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l ଅନିଲଙ୍କୁ ସୁନା ଚେନ ଫେରସ୍ତ କରାଯାଇଥିଲା l
No comments yet.