ଜୋରଦାର ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ - NILACHALA SAMACHAR
Article Image

ଜୋରଦାର ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ

🗂 Art & Culture | 🕒 30 May 2025, 14:39 IST

ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ । ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ପ୍ରେମ   ଫ୍ରେମର ଉଭୟ ପାର୍ଶ୍ଵରେ କୁଡୁକା ଦ୍ଵାରା ସଂଯୁକ୍ତ ହେବ ପାର୍ଶ୍ୱଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଓ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା ।


ଚାରି ନାହାକାର ଚତୁର୍ପାର୍ଶ୍ୱରେ ଉଠିବ ଚଉଦ ନାହାକା । ତିନିରଥର ୨୦ ଫୁଟିଆ ଚାରି ନାହାକାର ଚଉପଟ ସହ ଅଷ୍ଟକୋଣୀ ଆଂଶ ମାରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥର ଶେଷ ହୋଇଛି ୮ ଟି ଲେଖାଏଁ ନାଟଗୋଡ଼ର ଉଭୟ ପାର୍ଶ୍ବର ମୁଖଶାଳା କାର୍ଯ୍ୟ । ଏହି ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରିବେ ରୂପକାର ସେବକମାନେ ।

💬 Leave a Comment

🗨️ Approved Comments

No comments yet.

🔗 Share this article: