ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା - NILACHALA SAMACHAR
Article Image

ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା

🗂 Local | 🕒 31 May 2025, 14:10 IST

ପୁରୀ 31 ମେ କୁ ସାରା ବିଶ୍ବରେ ବିଶ୍ଵ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ। ଏହି ଅବସର ରେ ତମାଖୁ ସେବନ ରେ ଶରୀର ଅସୁସ୍ଥ ହୋଇଥାଏ ସେ ନେଇ ଏକ ସଚେତନତା ବାର୍ତ୍ତା ବାଲୁକା ଚିତ୍ରକଳା ମାଧ୍ୟମ ରେ ସମାଜ ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ର ନୀଳାଦ୍ରି ବିଚ୍ ରେ ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ହଜାର ସିଗାରେଟ ର ପ୍ରତିକୃତି ହୋଇଛି। ଆଠ ଫୁଟ ଉଚ୍ଚତା ରେ ଏହି ବାଲୁକା ଚିତ୍ରକଳା ରେ ସାତ ଟନ ବାଲି ବ୍ୟବହାର ହୋଇଛି। ତେବେ ସମାଖୁ ସେବନ ଦ୍ଵାରା ଶରୀର କ୍ଷତି ହେବା ସହ ତମାଖୁ ସେବନକାରି ବ୍ୟକ୍ତି ମୃତ୍ୟୁ ହେଲେ ଉକ୍ତ ବ୍ୟକ୍ତି ର ପରିବାର ମଧ୍ୟ ଭାଙ୍ଗିଯାଏ। ଏହି କିଛି ବାର୍ତ୍ତା ଏହି ବାଲୁକା ଚିତ୍ରକଳା ରେ ଦିଆଯାଇଛି। ତେଣୁ ନିଜ ଶରୀର କୁ ସୁସ୍ଥ ରଖିବା ସହ ନିଜ ପରିବାର ର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନ ରୁ ନିବୃତ ରହିବାକୁ ଏହି ବାଲୁକା ଚିତ୍ରକଳା ରେ ବାର୍ତ୍ତା ଦିଆଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ଏକ ହିସାବ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ ଦ୍ଵାରା ସାରା ବିଶ୍ଵ ରେ 70 ଲକ୍ଷରୁ ଅଧିକ ଲୋକ ଙ୍କ ମୃତ୍ୟୁ ହେଉଚି।1987 ମସିହା ଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ର ମାନେ ପ୍ରତିବର୍ଷ ମେ 31 ତାରିଖ କୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବେ ପାଳନ କରୁଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: