🗂 Crime | 🕒 31 May 2025, 16:39 IST
ପୁରୀ ଖଡ଼ିପଦା ଛକ ନିକଟରୁ ସଦର ଥାନା ଦ୍ୱାରା ବେଆଇନ୍ କଫ୍ସିରପ୍ ବୋତଲ ଜବତ, ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଖଡ଼ିପଦା ଗ୍ରାମର ପିତାମ୍ବର ସ୍ବାଇଁ (୩୭)। ଅଭିଯୁକ୍ତ ନିକଟରୁ ୨୧ ବୋତଲ କଫ୍ସିରପ୍ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ଖଡ଼ିପଦା ଛକରେ ବେଆଇନ ଭାବେ କଫ୍ସିରପ୍ କାରବାର ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.