ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା 5ଗିରଫ - NILACHALA SAMACHAR
Article Image

ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା 5ଗିରଫ

🗂 Crime | 🕒 01 Jun 2025, 00:52 IST

ପୁରୀ ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଘୋଡାବଜାର ରୋଡର ଚେଙ୍ଗ ଓରଫ କାର୍ତ୍ତିକ ନାୟକ 26, ସିଟିରୋଡ ନୂଆସାହିର ଡି କେଦାର ରାଓ 26, ଲୋକନ୍ନାଥ ରୋଡ ଥାନାପତି ଲେନର ଭୀମ ଓରଫ ଭୀମସେନ ପ୍ରଧାନ 28, ବାସେଳୀସାହି ନୀଳମାଧଵ ଲେନର ସଞ୍ଜୟ ପ୍ରଧାନ 35 ଓ ତାଳବଣିଆ ବିନୋବା ନଗରର ଗୁଡୁ ଓରଫ ଶୁଭ୍ରଜିତ ମହାପାତ୍ର 29 l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଷ୍ଟିଲ ପାଇପ, ୨ଟି ଆଇରନ ରଡ଼, ଗୋଟିଏ ଛୁରୀ, ଗୋଟିଏ ଖଣ୍ଡା ଏବଂ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ମାନେ ଏକାଠି ହୋଇ ଷ୍ଟ୍ରଲିଂ ଛକ ନିକଟରେ ପର୍ଯ୍ୟଟକ ମାନଙ୍କ ନିକଟରୁ ଡକାୟତି ପାଈଁ ଯୋଜନା କରୁଥିବା ନେଇ ବଳିଆପଣ୍ଡା ଥାନା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ସ୍ପେଶାଲ ପୁଲିସ ଟିମ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l 94/2025 ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: