ମରଚିକୋଟ ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ - NILACHALA SAMACHAR
Article Image

ମରଚିକୋଟ ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ

🗂 Crime | 🕒 01 Jun 2025, 02:00 IST

ପୁରୀ ମରଚିକୋଟ ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟହେଲେ ଦଣ୍ଡିମାଳ ସାହିର ବାବୁନି ଓରଫ ରବି ନାରାୟଣ ପାତ୍ର 31 ଓ ଚୁଡଙ୍ଗ ସାହି ମାତା ଗୋସେଇଁ ଲେନରେ ରହୁଥିବା କଟକ ଜିଲ୍ଲାର ବୁଲୁ ଓରଫ ସରୋଜ କୁମାର ପଣ୍ଡା 36 l ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଆଇରନ ରଡ଼, ୨ଟି ମୋବାଇଲ ଓ 5ଶହ 50ଟଙ୍କା ଜବତ କରାଯାଇଛି lଆଜି ଭୋର ସମୟରେ ମରଚିକୋଟ ଛକ ନିକଟରେ ଅଭିଯୁକ୍ତ ଦ୍ବୟ ଅଟୋ ରିକ୍ସା ଚାଳକଙ୍କ ଠାରୁ ଦାଦାବଟି ଆଦାୟ ନେଇ ପୁଲିସ ଗିରଫ କରିଥିଲା l ଥାନା ଏଏସଆଇ ଜ୍ୟୋତି ରଞ୍ଜନ ଦାସଙ୍କ ଅଭିଯୋଗ କ୍ରମେ 218/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: