ରେଳଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ ଅଭିଯୋଗରେ ଜିଆରପି ଦ୍ୱାରା ୨ ଗିରଫ - NILACHALA SAMACHAR
Article Image

ରେଳଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ ଅଭିଯୋଗରେ ଜିଆରପି ଦ୍ୱାରା ୨ ଗିରଫ

🗂 Crime | 🕒 01 Jun 2025, 02:21 IST

ପୁରୀ ରେଳଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ ଓ ବିକ୍ରୟ ଅଭିଯୋଗରେ ଜିଆରପି ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦର ବୁଲୁ ଦେହୁରୀ 31 ଓ ରମେଶ ଚନ୍ଦ୍ର ଦାସ 60 l ଅଭିଯୁକ୍ତଙ୍କ ନିକଟରୁ 5ଟି ଚୋରି ମୋବାଇଲ ଜବତ କରାଯାଇଛି l ଜିଆରପି ପକ୍ଷରୁ ସୂଚନା ମିଳିଛି ଯେ ଗତ 29ତାରିଖ ଗଞ୍ଜାମ ଜିଲ୍ଲାର ସୁନୀଲ ମାଲାନା ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀରୁ ପୁରୀ ଆସିଥିଲେ l ଟ୍ରେନରେ ତାଙ୍କର ମୋବାଇଲ ଚୋରି ହୋଇଥିଲା l ସେ ଜିଆରପିରେ ଜଣାଇଥିଲେ l ତଦନ୍ତ ପରେ ବୁଲୁ ଦେହୁରୀ ମୋବାଇଲ ଚୋରି କରି ରମେଶ ଚନ୍ଦ୍ର ଦାସକୁ ମୋବାଇଲ ବିକ୍ରି ପାଈଁ ଦେଇଥିଲା l ପରେ ଉଭୟଙ୍କୁ ଗିରଫ କରାଯିବା ପରେ ଅନ୍ୟ ଚୋରି ମୋବାଇଲ ଜବତ କରାଯାଇଥିଲା l 46/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: