🗂 Crime | 🕒 03 Jun 2025, 01:43 IST
ପୁରୀ ଶ୍ରୀବିହାର ରୋଡ ମଙ୍ଗଳାପାଟଣା ଠାରେ ଦୋକାନ ଘର ଭାଙ୍ଗି ମୋବାଇଲ ଓ ଟଙ୍କା ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଷ୍ଟେସନରୋଡ଼ ଧୋବା ସାହି ମଙ୍ଗଳାମନ୍ଦିର ନିକଟର କାହ୍ନା ବେହେରା 20 l ଅଭିଯୁକ୍ତ ନିକଟରୁ 4ଟି ମୋବାଇଲ ଓ 2ହଜାର 2ଶହ ଟଙ୍କା ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଶ୍ରୀବିହାର ରୋଡ ମଙ୍ଗଳାପାଟଣାର ତାପସ କୁମାର ମିଶ୍ର ଗତକାଲି ଅପରାହ୍ନରେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ 31ତାରିଖ ରାତ୍ର 9ଟାରେ ତାଙ୍କର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ l ଅଭିଯୁକ୍ତ ତାଙ୍କ ଦୋକାନ ଘର ତାଲା ଭାଙ୍ଗି ଦୋକାନରୁ 4ଟି ମୋବାଇଲ ଓ 20ହଜାର ଟଙ୍କା ଚୋରି କରି ନେଇଛି l ଉକ୍ତ ଅଭିଯୋଗ କ୍ରମେ ଥାନାରେ 140/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି ପୂର୍ବାହ୍ନ ସାଢେ 11ଠାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.