🗂 Crime | 🕒 03 Jun 2025, 02:02 IST
ପୁରୀ ଫ୍ରେଣ୍ଡସ କ୍ଲଵ ଲେନରେ ଶାଳୀର ସ୍କୁଟି ଜାଳିଦେବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଭିଣୋଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଭିଣୋଇର ପରିଚୟ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ କିଆଝରପାଟଣାର ଗଙ୍ଗାଧର ନାୟକ 26 l ଫ୍ରେଣ୍ଡସ କ୍ଲଵ ଲେନର ଭୂମିକା ସାହୁ ନାମ୍ନୀ ଜଣେ ଯୁବତୀ ଗତ 22ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଗତ 21ରାତ୍ରରେ ଘରକୁ ଆସି ଦେଖିଥିଲେ ଯେ ତାଙ୍କର ଓଡି 02ବିଡି 7021ନମ୍ବର ବିଶିଷ୍ଟ ସ୍କୁଟିଟି ଘର ସମ୍ମୁଖରେ ଜଳୁଥିଲା l ପରେ ସ୍କୁଟିକୁ କିଏ ଜାଳିଦେଇଥିବା ନେଇ ସେ ଅଭିଯୋଗ କରିଥିଲେ l କୁମ୍ଭାରପଡା ଥାନାରେ 229/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତରେ ଭୂମିକା ସାହୁଙ୍କ ଭିଣୋଇ ଗଙ୍ଗାଧର ନାୟକ ପ୍ରତିଶୋଧ ପରାୟଣ ହୋଇ ସ୍କୁଟିରେ ନିଆଁ ଲଗାଇ ଜାଳିଦେଇଥିଲେ l ଘଟଣାରୁ ପ୍ରକାଶ ଯେ ଗଙ୍ଗାଧର ତାଙ୍କ ପତ୍ନୀଙ୍କ ସହ କୌଣସି ବିବାଦ ରହିଥିଲା l ଗଙ୍ଗାଧରଙ୍କ ପତ୍ନୀ ସ୍ନେହା ନାୟକ ଓରଫ ସାହୁ ତାଙ୍କ ସ୍ୱାମୀ ଗଙ୍ଗାଧରଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ l ପତ୍ନୀ ଥାନାରେ ଅଭିଯୋଗ କରିଥିବା ନେଇ ପ୍ରତିଶୋଧ ପରାୟଣ ହୋଇ ଗଙ୍ଗାଧର ଶ୍ୱଶୁର ଘରକୁ ଆସି ଶାଳୀଙ୍କର ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ l କୁମ୍ଭାରପଡା ଥାନା ପୁଲିସ ଘଟଣାର ତଦନ୍ତ ପରେ ସ୍କୁଟି ଜାଳିଦେବା ଅଭିଯୋଗରେ ଗଙ୍ଗାଧରକୁ ଗିରଫ କରି ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଥିଲେ l
No comments yet.